Odisha Link
Bridging the Missing Links in Odisha

ଲଦାଖରେ ପେଟ୍ରୋଲିଂର ନୂଆ ସିଷ୍ଟମକୁ ଭାରତ-ଚୀନର ସବୁଜ ସଙ୍କେତ

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ସ ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ଭାରତ-ଚୀନ ମଧ୍ୟରେ ବଡ଼ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଦୁଇ ଦେଶ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପେଟ୍ରୋଲିଂ ପାଇଁ ସହମତି ପ୍ରକାଶ କରିଛନ୍ତି। ଏହାଦ୍ବାରା ପୂର୍ବ ଲଦାଖରେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦରେ ବିରାମ ଲାଗିପାରେ ବୋଲି ଆକଳନ କରାଯାଉଛି।

ଭାରତୀୟ ବିଦେଶ ମନ୍ତ୍ରଣାଳୟର ସଚିବ ବିକ୍ରମ ମିସ୍ତ୍ରୀ ଚୁକ୍ତିନାମାକୁ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଗତ କିଛି ସପ୍ତାହ ହେବ ଏହି ପ୍ରସଙ୍ଗରେ ଭାରତ ଓ ଚୀନର ବରିଷ୍ଠ ଅଧିକାରୀ ମାନେ ଆଲୋଚନା କରୁଥିଲେ। ଏହି ଆଲୋଚନାରେ ଦୁଇ ଦେଶର ସେନାର ବରିଷ୍ଠ ଅଧିକାରୀ ବି ସାମିଲ ଥିଲେ। ତାପରେ ଏହି ଚୁକ୍ତିନାମା ହୋଇଥିବା ସେ କହିଛନ୍ତି।

ରିପୋର୍ଟ ମୁତାବକ, ପେଟ୍ରୋଲିଂର ନୂଆ ସିଷ୍ଟମରେ ସହମତି ପ୍ରକାଶ କରିବା ପରେ ଦୁଇ ଦେଶର ସେନା ଏଲ୍‌ଏସିରୁ ପଛକୁ ହଟି ପାରନ୍ତି। ବର୍ତ୍ତମାନ ଦେପସାଙ୍ଗ ପ୍ଲେନ ଡେମଚୋକରେ ସୈନିକଙ୍କୁ ପେଟ୍ରୋଲିଂ କରିବାକୁ ଅନୁମତି ନାହିଁ। ସେହି ନିକଟରେ ଦୁଇ ଦେଶର ସେନା ଉପସ୍ଥିତ ରହିଛନ୍ତି। ନୂଆ ନିୟମ ଅନୁସାରେ ୨୦୨୦ରେ ହୋଇଥିବା ଗଲଓ୍ବାନ କାଣ୍ଡ ଆଉ ନହୋଇପାରେ।

Leave A Reply

Your email address will not be published.