Odisha Link
Bridging the Missing Links in Odisha

ଯାତ୍ରୀ ମାନେ ଧ୍ୟାନ ଦିଅନ୍ତୁ,’ଆବଶ୍ୟକ ନଥିଲେ ଯାତ୍ରା କରନ୍ତୁ ନାହିଁ’

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ପରିବହନ ବିଭାଗ ସତର୍କ କରାଇଛନ୍ତି। ରାଜ୍ୟ ପରିବହନ ବିଭାଗ ସୂଚନା ଦେଇଛି, ପାଣିପାଗ ବିଭାଗ ଓ ସରକାରଙ୍କ ସୂଚନା ଅନୁଯାୟୀ ସତର୍କତା ଅବଲମ୍ବନ କରନ୍ତୁ। ନିହାତି ଆବଶ୍ୟକ ନ ଥିଲେ ଯାତ୍ରା କରନ୍ତୁ ନାହିଁ।

Leave A Reply

Your email address will not be published.