Odisha Link
Bridging the Missing Links in Odisha

ବରଗଡ଼ କଂସଙ୍କ ଉପରେ କଡ଼ା ଆକ୍ସନ

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୨୫ ଜାନୁଆରୀ ୩ରୁ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ତେବେ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ କଂସ ଅଭିନେତା ହୃଷୀକେଶ ଭୋଇ ପୁଣି ବିବାଦୀୟ ହୋଇପଡ଼ିଛନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ ଅଭିନୟ କରି ହୃଷୀକେଶ ବିବାଦ ଘେରକୁ ଆସିଥଲେ। ମାତ୍ର ସେତେବେଳେ କ୍ଷମା ପ୍ରାର୍ଥନା କରିବାରୁ ଧନୁଯାତ୍ରା ମହୋତ୍ସବ ସମିତି ପୁଣି ତାଙ୍କୁ କଂସ ଅଭିନୟର ସୁଯୋଗ ଦେଇଥିଲା। କିନ୍ତୁ ଏଥର ଅଭିନୟ ନୁହେଁ, ତାଙ୍କ ପେସାକୁ ନେଇ ସେ ବିବାଦୀୟ ହୋଇ ପଡ଼ିଛନ୍ତି। ବିବାଦକୁ ଆସିବା ପରେ ତାଙ୍କ ଉପରେ କଡା ଆକ୍ସନ ନିଆଯାଇଛି। କଂସ ଅଭିନେତା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରାପଡ଼ିବା ସହ ଚାକିରି ହରାଇଛନ୍ତି।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାକିରି କରୁଥିଲେ ହୃଷିକେଶ। ମହାପ୍ରୟାଣ ଗାଡ଼ି ଚଳାଉଥିବା ହୃଷିକେଶ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଜିଲା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ମୃତଦେହ ନେବା ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ସେ ଜଣେ ମୃତକଙ୍କଠାରୁ ୩ହଜାର ଟଙ୍କା ନେଇ ନିଜ ପେସାରେ କଳାଦାଗ ବୋଳି ବିବାଦ ଘେରକୁ ଆସିଥିଲେ। ମୃତଦେହ ନେବାକୁ ମୃତକଙ୍କ ପରିବାରଠୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ହୃଷୀକେଶଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା।

Leave A Reply

Your email address will not be published.