Odisha Link
Bridging the Missing Links in Odisha

ପଞ୍ଜିକା ଦେଇଥିଲା ବାତ୍ୟା ପୂର୍ବର ସୂଚନା

ଓଏଲ୍‌ ବ୍ୟୁରୋ: ସବୁଠି ବାତ୍ୟା ଖବର। ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ ଥିବା ଖବରଠୁ ଆରମ୍ଭ କରି ବାତ୍ୟା ପାଇଁ ପରିବା ଦର ଆକାଶଛୁଆଁ ଖବର ସବୁଠି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଅସଲି ଖଡ଼ିରତ୍ନ ପଞ୍ଜିକାରେ ୧୯୬ ପୃଷ୍ଠା। କାରଣ ଖଡ଼ିରତ୍ନ ପଞ୍ଜିକାରେ ଚଳିତ ବର୍ଷ ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଗଣନା କରାଯାଇଥିଲା। ଯାହା ଏବେ ସତ ହେବାକୁ ଯାଉଛି।

ଖଡ଼ିରତ୍ନ ପଞ୍ଜିକାରେ ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ନେଇ ପଞ୍ଜିକାରେ ଗଣନା ହୋଇଥିଲା। ଅସଲି ଖଡ଼ିରତ୍ନ ପଞ୍ଜିକାର ବର୍ଷକ ମଧ୍ୟରେ ରାଜ୍ୟର ଫଳ କଣ ହେବ ଏବଂ ରାଷ୍ଟ୍ରର ଫଳ କଣ ହେବ ବୋଲି ଉଲ୍ଲେଖ କରାଯାଇଥାଏ। ତେବେ ଖଡ଼ିରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ରାଜ୍ୟର ଉପକୂଳ ଜିଲା ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ନୟାଗଡ଼, କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପୁନଶ୍ଚ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ।

ସେହିପରି ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ହେବା ସହ ଆଗାମୀ ନଭେମ୍ବର ମାସରେ ପୁଣି ଏକ ବାତ୍ୟା ହେବ ବୋଲି ଗଣନା କରାଯାଇଛି। ନଭେମ୍ବର ୫ରୁ ୯ତାରିଖ ଏବଂ ୧୧ରୁ ୧୫ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି।

ସୂଚନାଥାଉକି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ। ଏହାପରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

Leave A Reply

Your email address will not be published.