ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କତା, ଅସ୍ଥାୟୀ ବନ୍ଧ ନିର୍ମାଣ କଲେ ଗ୍ରାମବାସୀ
![](https://www.odishalink.com/wp-content/uploads/2024/10/CY-1-750x430.jpg)
ଓଏଲ୍ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଅବପାତରେ ପରିଣତ ହୋଇଛି ଲଘୁଚାପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି। ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।
ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ୨୪ରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ। ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ। ପବନର ବେଗ ୧୦୦ରୁ ୧୧୦ ମଧ୍ୟରେ ରହିବ। ଝଟକା ପବନର ବେଗ ସର୍ବାଧିକ ୧୨୦ ରହିବ ବୋଲି ଅନୁମାନ କରାଯାଇଛି।
ବାତ୍ୟା ନେଇ ଚେତାବନୀ ପରେ ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ମାର୍କଣ୍ଡି ସମୁଦ୍ର ବେଳାଭୂମିରେ ଅସ୍ଥାୟୀ ବନ୍ଧ ନିର୍ମାଣ କଲେ ଗ୍ରାମବାସୀ। ଗଞ୍ଜାମ ମାର୍କଣ୍ଡି ସମୁଦ୍ର ବେଳାଭୂମିରେ ଜେଟି ନଥିବାରୁ ଡଙ୍ଗା ରଖିବାରେ କଷ୍ଟ ହେଉଥିଲା। ପ୍ରଶାସନର ସହାୟତାକୁ ଅପେକ୍ଷା ନକରି ପ୍ରାୟ ୪ ହଜାର ବାଲି ବସ୍ତା ପକାଇ ଗ୍ରାମବାସୀ ବନ୍ଧ ନିର୍ମାଣ କରିଛନ୍ତି।