Odisha Link
Bridging the Missing Links in Odisha

କୂଳକୁ ଫେରିଲା ମଝି ସମୁଦ୍ରରେ ଫସିଥିବା ଡଙ୍ଗା

ଓଏଲ୍‌ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଅବପାତରେ ପରିଣତ ହୋଇଛି ଲଘୁଚାପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି। ପାରାଦୀପ ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ୨୪ରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ। ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ। ପବନର ବେଗ ୧୦୦ରୁ ୧୧୦ ମଧ୍ୟରେ ରହିବ। ଝଟକା ପବନର ବେଗ ସର୍ବାଧିକ ୧୨୦ ରହିବ ବୋଲି ଅନୁମାନ କରାଯାଇଛି।

ବାତ୍ୟା ନେଇ ଚେତାବନୀ ପରେ କୂଳକୁ ଫେରି ଆସୁଛନ୍ତି ମତ୍ସ୍ୟଜୀବୀ। ପାରାଦୀପ, ଗୋପାଳପୁର, ବାଲେଶ୍ବର ଉପକୂଳରୁ ଫେରିଥିବାବେଳେ ଆହୁରି ମତ୍ସ୍ୟଜୀବୀ ଫସିଥିଲେ। ମଝି ସମୁଦ୍ରରେ ଥିବା ୧୧ ଡଙ୍ଗାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ପରେ ଆଜି ପୁରୀ ପେଣ୍ଠକଟାରେ ଦୁଇଟି ଡଙ୍ଗା କୂଳକୁ ଫେରିଛି। ସକାଳୁ ଆଉ ଏକ ଡଙ୍ଗା ଯାଇ ଉଦ୍ଧାର ହୋଇଛି। ଫସିଥିବା ଡଙ୍ଗାରେ ୭ ଜଣ ମତ୍ସ୍ୟଜୀବୀ ଥିଲେ। କୂଳରୁ ୩୦ କିଲୋମିଟର ଗଭୀର ସମୁଦ୍ରରେ ଥିଲା। ତୁରନ୍ତ କୂଳକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.