Odisha Link
Bridging the Missing Links in Odisha

୩ ସିଆର୍‌ପିଏଫ୍‌ ସ୍କୁଲକୁ ବୋମା ଧମକ

ଓଏଲ୍‌ ବ୍ୟୁରୋ: ଦୁଇ ସପ୍ତାହ ହେବ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳିବାରେ ଲାଗିଛ। ଏସବୁ ମଧ୍ୟରେ ଦିଲ୍ଲୀର ଦୁଇଟି ଏବଂ ହାଇଦ୍ରାବାଦରେ ଗୋଟିଏ ସମେତ ଦେଶର ଅନେକ ସିଆର୍‌ପିଏଫ୍‌ ବିଦ୍ୟାଳୟକୁ ‌ବି ବୋମା ଧମକ ମିଳିଛି। ଯାହା ଚିନ୍ତାର ବିଷୟ ପାଲଟିଛି।

ସୋମବାର ରାତିରେ ବିଦ୍ୟାଳୟ ପ୍ରଶାସନକୁ ଏକ ଇ-ମେଲ୍‌ ଜରିଆରେ ଏଭଳି ଧମକ ଦିଆଯାଇଥିଲା। ଇମେଲ୍‌କୁ ଆଧାର କରି ବର୍ତ୍ତମାନ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି। ନିକଟରେ ରୋହିଣୀର ପ୍ରଶାନ୍ତ ବିହାରରେ ଥିବା ସିଆର୍‌ପିଏଫ୍‌ ବିଦ୍ୟାଳୟ ବାହାରେ ଉଚ୍ଚ ତୀବ୍ରତା ବିଶିଷ୍ଟ ଏକ ବିସ୍ଫୋରଣ ଘଟି ନିକଟସ୍ଥ ଦୋକାନ ଏବଂ ଯାନବାହାନକୁ ନଷ୍ଟ କରି ଦେଇଥିଲା। ଏପରିକି ବିଲ୍ଡିଂର କାନ୍ଥରେ ଏକ ଛିଦ୍ର ମଧ୍ୟ କରିଥିଲା।

ତେବେ ଏହି ବିସ୍ଫୋରଣରେ କେହି ମୃତ କିମ୍ବା ଆହତ ହୋଇ ନଥିଲେ। ହୋଇଥିବା ବିସ୍ଫୋରଣ ପାଇଁ ଖାଲିସ୍ତାନର ଏକ ଗୋଷ୍ଠୀ ଦାୟୀ ବୋଲି ସୋସିଆଲ୍‌ ମିଡିଆ ସାଇଟ୍‌ ଟେଲିଗ୍ରାମ୍‌ରେ ଏକ ପୋଷ୍ଟ୍‌ ହୋଇଥିଲା। ଯାହାକୁ ପାଥେୟ କରି ଦିଲ୍ଲୀ ପୁଲିସ ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.