Odisha Link
Bridging the Missing Links in Odisha

ବଡ଼ ଖବର: ବାତ୍ୟା ପାଇଁ ସମସ୍ତ ପରୀକ୍ଷା ସ୍ଥଗିତ

ଓଏଲ୍‌ ବ୍ୟୁରୋ: ବଢୁଛି ବାତ୍ୟା ଭୟ। ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ବାତ୍ୟା ଭୟ ବଢ଼ୁଥିବାରୁ ହେବାକୁ ଥିବା ମେଧାବୃତ୍ତି ପରୀକ୍ଷା ଏନଆରଟିଏସ ଓ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା ଗତକାଲି ସ୍ଥଗିତ ଘୋଷଣା କରାଯାଇଥିଲା। ବାତ୍ୟା ସମୟରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ ପାଇଁ ଆଜି ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସମୟରେ ଲୋକଙ୍କ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଟି ଜିଲ୍ଲାରେ ୩ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଯେଉଁ ୧୪ଟି ଜିଲ୍ଲା ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି, ସେଗୁଡ଼ିକ ହେଉଛନ୍ତି-ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ତେବେ ସ୍କୁଲ ସହ ଅଙ୍ଗନବାଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.