Odisha Link
Bridging the Missing Links in Odisha

ରାଜ୍ୟରେ ମହଜୁଦ୍ ଅଛି ଯଥେଷ୍ଟ ଖାଦ୍ୟ, ଭୟଭୀତ ନହେବାକୁ ମନ୍ତ୍ରୀଙ୍କ ଅପିଲ୍

ଓଏଲ୍‌ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକଙ୍କ ଅସମୟରେ ଫାଇଦା ଉଠାଇବାକୁ କେତେକ ଅସାଧୁ ବ୍ୟବସାୟୀ ବି ବେଶ ତତ୍ପର। ତେଣୁ ବାତ୍ୟା ଖବର ଆସିବା ପରେ ବଜାରରେ ବଢିଲାଣି ଅତ୍ୟାବଶ୍ୟକ ଜିନିଷର ଦର।

ବିଶେଷ କରି ପନିପରିବା ଦର କଥା କହିଲେ ନସରେ। କହିବାକୁ ଗଲେ ଆଗରୁ ହିଁ ଦର ଚଢା ରହିଛି। ଆଉ ଏବେ ଅସାଧୁ ବେପାରୀଙ୍କୁ ସୁହାଇଛି ବାତ୍ୟା ଖବର। କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି। ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ସାମଗ୍ରୀ ମହଜୁଦ୍‌ ସହ କଳାବଜାରୀ ନେଇ ଅଭିଯୋଗ ପରେ ଯାଞ୍ଚ ଚାଲିଥିବାବେଳେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ଥିବା ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ରହିଛି। ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଅଯଥା ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ। ଅପରାହ୍ନ ୪ଟାରେ ବ୍ୟବସାୟୀଙ୍କ ସହ ବୈଠକ ଅଛି। ସରକାରଙ୍କୁ ସହଯୋଗ କରିବାକୁ ନିବେଦନ। ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.