Odisha Link
Bridging the Missing Links in Odisha

ପରିବା ମହଙ୍ଗା, ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍‌

ଓଏଲ୍‌ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକଙ୍କ ଅସମୟରେ ଫାଇଦା ଉଠାଇବାକୁ କେତେକ ଅସାଧୁ ବ୍ୟବସାୟୀ ବି ବେଶ ତତ୍ପର। ତେଣୁ ବାତ୍ୟା ଖବର ଆସିବା ପରେ ବଜାରରେ ବଢିଲାଣି ଅତ୍ୟାବଶ୍ୟକ ଜିନିଷର ଦର।

ବିଶେଷ କରି ପନିପରିବା ଦର କଥା କହିଲେ ନସରେ। କହିବାକୁ ଗଲେ ଆଗରୁ ହିଁ ଦର ଚଢା ରହିଛି। ଆଉ ଏବେ ଅସାଧୁ ବେପାରୀଙ୍କୁ ସୁହାଇଛି ବାତ୍ୟା ଖବର। କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ରେଡ୍‌ କରାଯାଇଛି। ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ସାମଗ୍ରୀ ମହଜୁଦ୍‌ ସହ କଳାବଜାରୀ ନେଇ ଅଭିଯୋଗ ପରେ ଯାଞ୍ଚ ଚାଲିଛି।

ସୂଚନା ଅନୁସାରେ, ପୂର୍ବରୁ ସରକାର ଚେତାଇ ଦେଇଛନ୍ତି ଯେ କଳାବଜାରୀ କଲେ ଆକ୍ସନ ହେବ। ବାତ୍ୟା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଯେଭଳି ନ ବଢେ ସେନେଇ ସଜାଗ ଅଛନ୍ତି ସରକାର। ଷ୍ଟକ ପଏଣ୍ଟ ଗୁଡ଼ିକରେ ଯାଞ୍ଚ କରାଯିବ ଏବଂ ଯଦି କେହି କଳାବଜାରୀ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇ ଦେଇଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ।

Leave A Reply

Your email address will not be published.