Odisha Link
Bridging the Missing Links in Odisha

ବଡ଼ ଖବର: ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଆୟୋଜିତ ହୋଇଛି। ବୈଠକରେ ୫ଟି ନୂଆ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ରହିଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନିଆଯାଇଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ସମେତ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଧାନର ଏମଏସପି ମୂଲ୍ୟ ବୃଦ୍ଧି ହୋଇ ୩୧୦୦ ଟଙ୍କା ସ୍ଥିର ହୋଇଥିବାବେଳେ ଏଥିରେ କ୍ୟାବିନେଟ ମୋହର ବାଜିଛି।

କୃଷକଙ୍କ ଆର୍ଥିକ ସ୍ତିତି ସ୍ୱଚ୍ଛଳ କରିବା ପାଇଁ ସମୃଦ୍ଧ କୃଷକ ନୀତି କାର୍ଯ୍ୟକାରୀ ହୋଇଛି। ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ ମାଧ୍ୟମରେ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଥିବା କୃଷକମାନଙ୍କୁ ସମୃଦ୍ଧ କୃଷକ ଯୋଜନା ଏବଂ ପ୍ରଚଳିତ ଏମଏସପି ଅନ୍ତର୍ଗତ ସହାୟତା ସମେତ କ୍ୱିଣ୍ଟାଲ ପିଛା ୩,୧୦୦ ଟଙ୍କା ପ୍ରଦାନ କରାଯିବ।

ସେହିପରି ଓଡ଼ିଶା ନୂତନ ବାୟୁ ସଂଯୋଗ ନୀତିକୁ ଅନୁମୋଦନ ଦିଆଯାଇଛି। ଏହି ନୀତି ଅନୁସାରେ ରାଜ୍ୟରେ ବାୟୁ ସଂଯୋଗୀକରଣକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିମାନ ସଂସ୍ଥା ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେଇ ନୂତନ ଘରୋଇ ଓ ଅନ୍ତର୍ଜାତୀୟ ବାୟୁ ମାର୍ଗ ଆରମ୍ଭ କରିବାକୁ ପ୍ରୋତ୍ସାହିତ କରାଯିବ।

ଘରୋଇ ମାର୍ଗ ପାଇଁ ପ୍ରତି ଟ୍ରିପରେ ୫ ଲକ୍ଷ ଓ ଆନ୍ତର୍ଜାତିକ ମାର୍ଗ ପାଇଁ ୧୦ ଲକ୍ଷ ସହ ୭୫୦ କିଲୋମିଟର ମାର୍ଗ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ରାଜ୍ୟର ଆର୍ଥିକ ବୃଦ୍ଧି ସହ ପର୍ଯ୍ଯଟନ କ୍ଷେତ୍ରର ବିକାଶ ହେବ ବୋଲି ଆଶା କରାଯାଉଛି। ସେହିପରି ଦ୍ରବ୍ଯ ଓ ସେବା କର ପରିଷଦର ସୁପାରିସ କ୍ରମେ କରଦାତାମାନଙ୍କର ଅଧିକ ସୁବିଧା ଲାଗି ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭କୁ ସଂଶୋଧନ କରିବା ପ୍ରସ୍ତାବ ପାରିତ ହୋଇଛି। ସେହିପରି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦେବା ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି।

Leave A Reply

Your email address will not be published.