Odisha Link
Bridging the Missing Links in Odisha

ଚାଷୀ ମାନେ ଧ୍ୟାନ ଦିଅନ୍ତୁ, ଫସଲ ପରିଚାଳନା ପାଇଁ ହେଲ୍ପଲାଇନ୍ ନମ୍ବର୍ ଜାରି

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି ଗଭୀର ଅବପାତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବାତ୍ୟା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବାସିନ୍ଦାଙ୍କୁ ଭାରତୀୟ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ବାତ୍ୟା ଓ ମାତ୍ରାଧିକ ବର୍ଷା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସତର୍କ କରାଇଛି। ବିଜ୍ଞପ୍ତି ଅନୁସାରେ, ପନିପରିବା ଜାତୀୟ ଫସଲର ପରିଚାଳନା ପାଇଁ ପ୍ରଦତ୍ତ ପରାମର୍ଶ ଗ୍ରହଣ କରନ୍ତୁ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି କାର୍ଯ୍ୟାଳୟ ଏବଂ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ୱା କୃଷି ସମୃଦ୍ଧି ହେଲ୍ପ୍ ଲାଇନ୍ ନମ୍ବର୍ ୧୫୩୩୩ରେ କଲ୍ କରନ୍ତୁ ।

Leave A Reply

Your email address will not be published.