Odisha Link
Bridging the Missing Links in Odisha

ବାତ୍ୟା ପୂର୍ବରୁ ସତର୍କତା: ୧୪ ଜିଲ୍ଲା ପାଇଁ ହେଲ୍ପଲାଇନ ନମ୍ବର ଜାରି

ଓଏଲ୍‌ ବ୍ୟୁରୋ: ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ। ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଥିବା ନେଇ ପାରାଦୀପ ରାଡାର୍‌ ତଥ୍ୟରୁ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ପାଗ କୋହଲା ଦେଖିବାକୁ ମିଳିଛି। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି।

୧. ବାଲେଶ୍ବର-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭

୨. ମୟୂରଭଞ୍ଜ-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧

୩.ଭଦ୍ରକ-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୮୪-୨୫୨୮୮୨

୪.ଯାଜପୁର-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୨୮-୨୨୨୬୪୮

୫.କେନ୍ଦ୍ରାପଡ଼ା-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୨୭-୨୩୨୮୦୩

୬.କେନ୍ଦୁଝର-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୬୬-୨୫୫୪୩୭

୭.ଜଗତ୍‌ସିଂହପୁର-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୨୪-୨୨୦୩୬୮

୮.କଟକ-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୧-୨୫୦୭୮୪୨

୯.ଢେଙ୍କାନାଳ-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୬୨-୧୨୬୫୦୭, ୦୬୭୬୨-୨୨୧୩୭୬

୧୦.ଅନୁଗୁଳ-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୬୪-୨୩୦୯୮୦

୧୧.ପୁରୀ-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୫୨-୨୨୩୨୩୭

୧୨.ଖୋର୍ଦ୍ଧା-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୭୫୫-୨୨୦୦୦୨

୧୩.ଗଞ୍ଜାମ-କଣ୍ଟ୍ରୋଲ୍ ରୁମ୍ ନମ୍ବର: ୦୬୮୧୧-୨୬୩୯୭୮

୧୪.ନୟାଗଡ଼-କଣ୍ଟ୍ରୋଲ୍ ରୁମ୍-୦୬୭୫୩-୨୫୨୯୭୮

Leave A Reply

Your email address will not be published.