ପୁରୀ: ହବିଷ୍ୟାଳୀଙ୍କ ପାଇଁ ବଡ଼ ଖବର, ୨ ଦିନ ଜଗା ଦର୍ଶନ ବନ୍ଦ

ଓଏଲ୍ ବ୍ୟୁରୋ: ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ। ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଥିବା ନେଇ ପାରାଦୀପ ରାଡାର୍ ତଥ୍ୟରୁ ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି। ବାତ୍ୟାକୁ ନଜରରେ ହବିଷ୍ୟାଳୀଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବଡ଼ ନିଷ୍ପତି ନେଇଛି। ବାତ୍ୟା ହେବାକୁ ଥିବା ୨୪ ଓ ୨୫ ତାରିଖରେ ହବିଷ୍ୟାଳୀଙ୍କ ପାଇଁ ଜଗା ଦର୍ଶନ ବନ୍ଦ ପାଇଁ ନିଆଯାଇଛି। ପୁରୀରେ ବାତ୍ୟା ପ୍ରଭାବ ବେଶୀ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛି।
ଅନ୍ୟପଟେ, ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ପାଗ କୋହଲା ଦେଖିବାକୁ ମିଳିଛି। ପାରାଦୀପରୁ ୫୪୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।