Odisha Link
Bridging the Missing Links in Odisha

ବାତ୍ୟା ଦାନା: ଦୁଇ ଦିନ ସଂଗ୍ରହାଳୟ ଓ ସ୍ମାରକୀ ବନ୍ଦ

ଓଏଲ୍‌ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବାତ୍ୟା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବାସିନ୍ଦାଙ୍କୁ ଭାରତୀୟ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ବାତ୍ୟା ପାଇଁ ୪ ଜିଲ୍ଲାର ସଂଗ୍ରହାଳୟ ଓ ସ୍ମାରକୀ ବନ୍ଦ ପାଇଁ ଚିଠି ଲେଖାଯାଇଛି। ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, ଯାଜପୁର ଓ କଟକ ସଂଗ୍ରହାଳୟ ଓ ସ୍ମାରକୀ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। କୋଣାର୍କରୁ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତ ରହିବାକୁ ଏଏସଆଇ ନିର୍ଦ୍ଦେଶ ଦେଇଛନ୍ତି। ଜଳ ନିଷ୍କାସନ ପାଇଁ ପମ୍ପସେଟ୍‌ର ବ୍ୟବସ୍ଥା ପାଇଁ ନିର୍ଦେଶ ଦିଆଯାଇଛି। ଐତିହ୍ୟ କୀର୍ତ୍ତିରାଜି ଓ ସ୍ମାରକୀ ସବୁର ସୁରକ୍ଷା ପାଇଁ ଏଏସଆଇ ଅଧୀନରେ ଥିବା ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି। ବାତ୍ୟାରେ ଯେପରି ସଂଗ୍ରହାଳୟ ଓ ସ୍ମାରକୀ କ୍ଷତି ନହୁଏ ବ୍ୟବସ୍ଥା କରିବାକୁ ଚିଠି ଦିଆଯାଇଛି।

Leave A Reply

Your email address will not be published.