Odisha Link
Bridging the Missing Links in Odisha

୫ ବର୍ଷ ପରେ ୫୦ ମିନିଟ୍‌ କଥା ହେଲେ ମୋଦି-ଜିନ୍‌ପିଙ୍ଗ୍

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଜଟିଳ ପରିସ୍ଥିତି ଲାଗି ରହିଛି। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାହା ଉପରେ ସାରା ବିଶ୍ବର ନଜର ରହିଥିଲା। ସବୁଠୁ ବଡ଼କଥା ହେଲା ୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ହୋଇଛି।

ଋଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏହା ପୂର୍ବରୁ ୨୦୧୯ରେ ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହା ପରେ ଯଦିଓ ୨୦୨୨ ଏବଂ ୨୦୨୩ରେ ଦୁଇ ନେତାଙ୍କ ମଧ୍ୟରେ ସଂକ୍ଷିପ୍ତ ସାକ୍ଷାତ ହୋଇଥିଲା କିନ୍ତୁ ବ୍ରିକ୍ସ ସମ୍ମିଳନୀ ଅବସରରେ ଦୁହେଁ ପ୍ରାୟ ୫୦ ମିନିଟ ଧରି କଥାବାର୍ତ୍ତା ହୋଇଛନ୍ତି।

ଦ୍ବିପାକ୍ଷିକ ବୈଠକରେ ଜିନପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ବିଶ୍ବ ଶାନ୍ତି ଏବଂ ସ୍ଥିରତା ଲାଗି ଆମର ଏହି ବୈଠକ ଗୁରୁତ୍ବପୂର୍ଣ୍ଣ। ସୀମା ପ୍ରସଙ୍ଗରେ ସହମତି ଲାଗି ଧନ୍ୟବାଦ। ମୋତେ ବିଶ୍ବାସ ଅଛି ଯେ ଆମେ ଖୋଲା ମନରେ ଆଲୋଚନା କରିବା।’

ସୂଚନାଥାଉକି, ଅକ୍ଟୋବର ୨୦୧୯ରେ ମହାବଲିପୁରମରେ ଏକ ଅନୌପଚାରିକ ଶିଖର ସମ୍ମିଳନୀରେ ଦୁଇ ନେତା ସାକ୍ଷାତ ହୋଇଥିଲେ। କିଛି ମାସ ପୂର୍ବରୁ ପୂର୍ବ ଲଦାଖରେ ଚୀନ୍ ଆକ୍ରମଣ ଏଲଏସିରେ ସାମରିକ ବିବାଦ ସୃଷ୍ଟି କରିଥିଲା।

Leave A Reply

Your email address will not be published.