Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ବାତ୍ୟା, ସନ୍ଧ୍ୟାରୁ ଉପକୂଳରେ ବର୍ଷା!

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି ଗଭୀର ଅବପାତ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବାତ୍ୟା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବାସିନ୍ଦାଙ୍କୁ ଭାରତୀୟ ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ବାତ୍ୟା ‘ଦାନା’ ପାଇଁ ୩ ବନ୍ଦରରେ ୪ନଂ ବିପଦ ସଂକେତ ଜାରି ହୋଇଛି। ପାରାଦୀପ, ଧାମରା ଓ ପୁରୀ ବନ୍ଦରକୁ ୪ନଂ ବିପଦ ସଂକେତ ଜାରି ହୋଇଛି। ଏହା ସହ ବାତ୍ୟା ‘ଦାନା’ ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍‌ କରିପାରେ। ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ବର୍ଷିବ।୨୫ରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ୨୬ରୁ ପାଗରେ ପରିବର୍ତନ ଆସିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.