Odisha Link
Bridging the Missing Links in Odisha

ମାଡ଼ି ଆସୁଛି ବାତ୍ୟା ‘ଦାନା’, ଭୟଭୀତ ନ ହେବାକୁ ବାଲୁକା କଳାରେ ବାର୍ତ୍ତା

ଓଏଲ୍‌ ବ୍ୟୁରୋ: ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହା ୧୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି। ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଭୟଭୀତ ନ ହେବାକୁ ବାଲୁକା କଳା ମାଧ୍ୟମରେ ନିବେଦନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏ ନେଇ ଆଜି ପୁରୀ ବେଳାଭୂମିରେ ସୁଦର୍ଶନ ଓ ତାଙ୍କ ସାଥି କଳାକାର ମାନେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି।

ବାତ୍ୟା ସମୟରେ ଘରେ ସୁରକ୍ଷିତ ରହିବା ସହ ବ୍ୟତିବ୍ୟସ୍ତ ନ ହେବାକୁ ବାଲୁକା କଳା ମାଧ୍ୟମରେ ଜନ ସଚେତନତା ବାର୍ତା ପ୍ରଦାନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବାଲୁକାକଳା ମାଧ୍ୟମରେ ପ୍ରାର୍ଥନା କରିବା ସହ ବାତ୍ୟାକୁ ନେଇ ଭୟ ନ କରିବାକୁ ସୁଦର୍ଶନ ମତ ରଖିଛନ୍ତି। ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା କଳା ଅତ୍ୟନ୍ତ ସୁନ୍ଦର ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

Leave A Reply

Your email address will not be published.