Odisha Link
Bridging the Missing Links in Odisha

ଭୁବନେଶ୍ବରରେ ୧୬ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ

ଓଏଲ‌ ବ୍ୟୁରୋ: ବାତ୍ୟା ‘ଦାନା’ର ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। ଯାହା ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରେ। ଏହାକୁ ନଜରରେ ରଖି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ୧୬ ଘଣ୍ଟା ପାଇଁ ବନ୍ଦ ରଖାଯିବ। ଗୁରୁବାର ସନ୍ଧ୍ୟା ୫ଟାରୁ ୨୫ ତାରିଖ ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ କରାଯାଇଛି। ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

ବିମାନ ଚଳାଚଳ ବନ୍ଦ ଯୋଗୁ ପାଖାପାଖି ୫/୬ ହଜାର ଯାତ୍ରୀ ଅସୁବିଧାର ସାମ୍ନା କରିବେ। ସେମାନଙ୍କ ଟିକଟକୁ ବାତିଲ୍‌ କରାଯାଇଛି। ଦାନା ମୁକାବିଲା ପାଇଁ ବିମାନବନ୍ଦରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଜାରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଅନୁସାରେ ଭୁବନେଶ୍ୱର ବିମାନବନ୍ଦରକୁ ଆଲର୍ଟରେ ରଖାଯାଇଛି। ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ବାତ୍ୟା ପରେ କ’ଣ ସବୁ ପଦକ୍ଷେପ ନେବାକୁ ପଡିବ, ସେ ନେଇ ବିମାନ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି।

Leave A Reply

Your email address will not be published.