Odisha Link
Bridging the Missing Links in Odisha

ଅଶାନ୍ତ ହେଉଛି ସମୁଦ୍ର, ଚିଲିକାରେ ଭସାପୋଲ ସେବା ବନ୍ଦ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହେଉଛି ସମୁଦ୍ର। ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୨୧୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୨୪୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଥିବାବେଳେ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।

ବାତ୍ୟା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଥିବାବେଳେ ବାତ୍ୟା ଦାନା ପାଇଁ ଚିଲିକାରେ ଯାତାୟତ ବନ୍ଦ କଲା ପ୍ରଶାସନ। ବାତ୍ୟା ଆସୁଥିବାରୁ ଚିଲିକାରେ ଯାତ୍ରୀ ଚଳାଚଳ ବିପଦପୂର୍ଣ୍ଣ। ସୁରକ୍ଷାକୁ ଦୃଷ୍ଟିରେ ରଖି ବାତ୍ୟା କମିବା ଯାଏଁ ଯାତାୟତ ବନ୍ଦ କରାଯାଇଛି। ପବନ ଓ ବର୍ଷା କମିବା ପର୍ଯ୍ୟନ୍ତ ଦଙ୍ଗା ଓ ଭସା ପୋଲ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କୃଷ୍ଣପ୍ରସାଦର ୧୪ଟି ପଞ୍ଚାୟତବାସୀ ଭସାପୋଲରେ ନିର୍ଭରଶୀଳ ଥିବାରୁ ଚିଲିକାରେ ଯାତାୟତ ବନ୍ଦ ଦ୍ୱାରା ପ୍ରଭାବିତ ହେବେ।

Leave A Reply

Your email address will not be published.