Odisha Link
Bridging the Missing Links in Odisha

ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ, ବଡ଼ ସୂଚନା ଦେଲେ ଏୟାରପୋର୍ଟ ନିର୍ଦ୍ଦେଶକ

ଓଏଲ୍‌ ବ୍ୟୁରୋ: ଦୁଇ ସପ୍ତାହ ହେବ ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ମିଳିବାରେ ଲାଗିଛି। ଦିନ ଗଡ଼ିବା ସହିତ ବିମାନ ଧମକ ମାମଲାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ମଧ୍ୟରେ ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନବନ୍ଦରରେ ବୋମା ଆତଙ୍କ ସୃଷ୍ଟି ହୋଇଛି। ବୋମା ଆଶଙ୍କାରେ ବିମାନରେ ଖାନତଲାସି, ଯାଞ୍ଚ କଡ଼ାକଡ଼ି କରାଯାଇଛି। ଏୟାରପୋର୍ଟ ଥାନାରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତଲା ଦିଆଯାଇଥିବାବେଳେ କମିସନରେଟ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ, ଗତ ସୋମବାର ବିଳମ୍ବିତ ରାତିରେ ଏକାଥରକେ ୩୦ଟି ବିମାନକୁ ବୋମା ଧମକ ମିଳିଥିଲା। ଖବର ସରବରାହ ସଂସ୍ଥା ପିଟିଆଇରେ ପ୍ରକାଶ ପାଇଥିବା ଖବର ମୁତାବକ, ଭିସ୍ତାରା, ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡୋମେଷ୍ଟିକ ଓ ଅନ୍ତର୍ଜାତୀୟ ବିମାନ ଗୁଡ଼ିକୁ ବୋମା ଧମକ ମିଳିଥିଲା। ବିଗତ ୮ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୧୨୦ରୁ ଅଧିକ ବିମାନକୁ ବୋମାରେ ଉଡ଼େଇ ଦେବାକୁ ଧମକ ମିଳିଛି।

ଇଣ୍ଡିଗୋର ପ୍ରବକ୍ତା କହିଛନ୍ତି, ସୋମବାର ବିଳମ୍ବିତ ରାତିରେ ୪ଟି ବିମାନକୁ ସୁରକ୍ଷା ସମ୍ବନ୍ଧୀୟ ଆର୍ଲଟ ମିଳିଥିଲା। ମେଙ୍ଗାଲୁରୁରୁ ମୁମ୍ବାଇ ଆସିବାକୁ ଥିବା ବିମାନ 6E164, ଅହମଦାବାଦରୁ ଜେଦା ଯିବାକୁ ଥିବା 6E 75 ବିମାନ। ସେହିପରି ଲକ୍ଷ୍ନୌରୁ ପୁଣେ ଯାଉଥିବା ବିମାନ 6E 118କୁ ବୋମା ଧମକ ମିଳିଥିଲା।

ସେହିପରି ଭିସ୍ତାରା ଓ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ସୋସିଆଲ ମିଡିଆଜରିଆରେ କିଛି ବିମାନକୁ ବୋମା ଧମକ ମିଳିଥିଲା। ଏହି ଖବର ଆସିବା ପରେ ଆମେ ବିମାନ ଚଳାଚଳ ବିଭାଗର ବରିଷ୍ଠ କର୍ମୀଙ୍କୁ ସୂଚନା ଦେଇଥିଲୁ। ପ୍ରୋଟୋକଲ ହିସାରେ ସମସ୍ତ କାର୍ଯ୍ୟ କରିଥିଲୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.