Odisha Link
Bridging the Missing Links in Odisha

ବାତ୍ୟା ପାଇଁ ସତର୍କତା, ଭୁବନେଶ୍ୱରରେ ବିମାନ ଚଳାଚଳ ବନ୍ଦ

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହେଉଛି ସମୁଦ୍ର। ସ୍ଥଳଭାଗ ମୁହାଁ ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି ‘ଦାନା’। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ବାତ୍ୟା ୧୫୦ କିଲୋମିଟର ଦୂରରେ ଥିବାବେଳେ ଧାମରାଠାରୁ ୧୮୦ କିମି ଦୂରରେ ରହିଛି। ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

ବାତ୍ୟା ଦାନା ପାଇଁ ଭୁବନେଶ୍ୱରରେ ବିମାନ ସେବା ପ୍ରଭାବିତ ହୋଇଛି। ୪୦ଟି ବିମାନ ସେବା ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ଦ୍ଦେଶକ। ଆଜି କ୍ୱାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ। ଭୁବନେଶ୍ୱରରେ ପବନର ବେଗ ୩୫ରୁ ୪୦ କି.ମି ରହିବ। ଏହି ତୀବ୍ରତାରେ ବିମାନ ଉଡିବା ସୁରକ୍ଷିତ ନୁହେଁ। ଏଥିପାଇଁ ଆସନ୍ତା ୧୭ଘଣ୍ଟା ପର୍ଯ୍ୟନ୍ତ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୨୪ ତାରିଖ ସନ୍ଧ୍ୟା ୫ଟାରୁ ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.