Odisha Link
Bridging the Missing Links in Odisha

ମଧ୍ୟରାତ୍ରରେ ମାଡ଼ ହେଲା ‘ଦାନା’, ଉପକୂଳରେ ଲଗାଣ ବର୍ଷା

ଓଏଲ୍ ବ୍ୟୁରୋ: ମଧ୍ୟରାତ୍ରରେ ମାଡ଼ ହେଲା ବାତ୍ୟା ଦାନା। ଭିତରକନିକା ହବାଳିଖଟି ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ। ଫଳରେ ଟଳିପଡ଼ିଥିଲା ଅନେକ ଗଛ। ଭାଙ୍ଗି ଯାଇଥିଲା ଚାଳ ଛପର ଘର। ତେବେ ଆଜି ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ। କାଲି ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବ। ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି।

Leave A Reply

Your email address will not be published.