Odisha Link
Bridging the Missing Links in Odisha

ଦୁର୍ବଳ ହେଲା ବାତ୍ୟା, ଗଭୀର ଅବପାତରେ ହେଲା ପରିଣତ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍‌ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଥିଲା। ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି। କାହାର ଘର କାନ୍ଥ ଭାଙ୍ଗିଛି ତ କାହାର ଛପର ଉଡ଼ିଛି।

ବର୍ତ୍ତମାନ ଦୁର୍ବଳ ହୋଇଛି ବାତ୍ୟା ‘ଦାନା’। ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହେବ। ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଉତ୍ତର ଓଡ଼ିଶାରେ ଭଦ୍ରକଠୁ ୪୦ କିମି ଦୂରରେ ଅଛି। ଏବେ ପବନର ବେଗ ୫୫ରୁ ୬୫ କିମି ରହିଥିବା ପାଣିପାଗ ଆଞ୍ଚଳିକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.