Odisha Link
Bridging the Missing Links in Odisha

ବାତ୍ୟା ପ୍ରଭାବ: ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ

ଓଏଲ୍ ବ୍ୟୁରୋ: ଦୁର୍ବଳ ହେଉଛି ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ ବର୍ଷା ରେକର୍ଡ ହୋଇଛି। ରାଜକନିକା ୧୫୬, ମାର୍ଶାଘାଇ ୧୧୦ ଓ ରାଜନଗରରେ ୧୦୦ମିମି ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ମାର୍ଶାଘାଇ, ଡେରାବିଶରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ବାତ୍ୟା ଲ୍ୟାଣ୍ଡଫଲ୍‌ ପରେ ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ରେଡ୍‌ ଆଲର୍ଟ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଅନ୍ୟପଟେ, ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କାଲି ରାତିରେ ବାତ୍ୟା ଲ୍ୟାଣ୍ଡଫଲ କରିଛି। ରାଜକନିକା ଓ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଦ୍ରକର ଧାମରା ଓ ଚାନ୍ଦବାଲିରେ କ୍ଷୟକ୍ଷତି ହୋଇଛି। ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି। ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ ଚାଲିଛି। ମନ୍ତ୍ରୀମାନେ ପ୍ରଭାବିତ ଅଞ୍ଚଳକୁ ବାହାରି ଗଲେଣି। ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ। ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.