ବାତ୍ୟା ପରେ ପ୍ରବଳ ବର୍ଷା ଆଶଙ୍କା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ଓଏଲ୍ ବ୍ୟୁରୋ: ଦୁର୍ବଳ ହେଉଛି ଦାନା। ରାତି ୧୨ଟା ୫ରୁ ଆରମ୍ଭ ହୋଇଥିବା ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାକୁ ଆସିଛି। ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ ବର୍ଷା ରେକର୍ଡ ହୋଇଛି। ରାଜକନିକା ୧୫୬, ମାର୍ଶାଘାଇ ୧୧୦ ଓ ରାଜନଗରରେ ୧୦୦ମିମି ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ମାର୍ଶାଘାଇ, ଡେରାବିଶରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ବାତ୍ୟା ଲ୍ୟାଣ୍ଡଫଲ୍ ପରେ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ରେଡ୍ ଆଲର୍ଟ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।