ଟି-୨୦ ସିରିଜ: ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେନି ୩ ଷ୍ଟାର ଖେଳାଳି
ଓଏଲ୍ ବ୍ୟୁରୋ: ନଭେମ୍ବର ମାସ ୮ ତାରିଖରୁ ଆରମ୍ଭ ହେବ ଭାରତ-ଦକ୍ଷିଣଆଫ୍ରିକା ଟିି-୨୦ ସିରିଜ। ଏଥିପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦଳର ମଙ୍ଗ ସୂର୍ଯ୍ୟକୁମାର ଯାଦବ ଧରିଥିବା ବେଳେ ରମଣଦୀପ ସିଂହଙ୍କୁ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ମିଳିଛି। ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ୪ଟି ଟି-୨୦ ମୁକାବିଲା ଖେଳିବ।
ସବୁଠୁ ବଡ଼କଥା ହେଲା ଆହତ କାରଣରୁ ଶିଭମ ଦୁବେ, ମୟଙ୍କ ଯାଦବ ଓ ରିଆନ୍ ପରାଗଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସେହିପରି ରମଣଦୀପ ସିଂହଙ୍କୁ ଦଳରେ ପ୍ରଥମ ଥର ପାଇଁ ସାମିଲ କରାଯାଇଛି।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ରିଙ୍କୁ ସିଂହ, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟକୁୁମାର, ଆଭେଶ ଖାନ, ୟଶ ଦୟାଲ।