Odisha Link
Bridging the Missing Links in Odisha

ଆସନ୍ତାକାଲି ମହାବାତ୍ୟା ଆଧାରିତ ୨ଟି ପୁସ୍ତକର ଉନ୍ମୋଚନ ସମାରୋହ

ଓଏଲ୍‌ ବ୍ୟୁରୋ: ୧୯୯୯ ମହାବାତ୍ୟାକୁ ପୂରିବାକୁ ଯାଉଛି ୨୫ ବର୍ଷ। ଏହି ମହାବାତ୍ୟା ଦିନେ ଧୋଇ ନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ଅକ୍ଟୋବର ୨୯, ଶୁକ୍ରବାର ସାରା ଓଡ଼ିଶା ଦେଖିଥିଲା। ଆଖି ଆଗରେ ଦୋହଲିଯାଇଥିଲା ସବୁକିଛି। ଭାଙ୍ଗି ଯାଇଥିଲା ଘର, ଉପୁଡ଼ି ପଡ଼ିଥିଲା ଗଛ।

କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଥିଲେ ଓଡ଼ିଶାବାସୀ। ଆସନ୍ତାକାଲି, ଅର୍ଥାତ୍ ୨୯ ଅକ୍ଟୋବର ୨୦୨୪ ତାରିଖ ମଙ୍ଗଳବାର ଦିନ, ୧୯୯୯ ମହାବାତ୍ୟାକୁ ୨୫ ବର୍ଷ ପୂରୁଛି। ଏହି ଅବସରରେ ପେନ୍ ଇନ୍ ବୁକ୍ସ ପକ୍ଷରୁ ଦୁଇଟି ପୁସ୍ତକ ପ୍ରକାଶିତ ହେବାକୁ ଯାଉଛି। ଏହା ସହ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ‘ବିପତ୍ତି ସଂଗୀତ’ ଶ୍ରୋତାର୍ପଣ ସମାରୋହ ଆୟୋଜିତ ହେବ।

ଆସନ୍ତାକାଲି ସଂଜରେ ଚିରଶ୍ରୀ ଇନ୍ଦ୍ରସିଂଙ୍କ ସଂକଳନ ବାତ୍ୟା (ଓଡ଼ିଆ ଭାଷାର ନିର୍ବାଚିତ ଗଳ୍ପ) ଉନ୍ମୋଚନ ହେବ। ଭାସ୍କର ପରିଚ୍ଛାଙ୍କ ଦ୍ଵାରା ଇଂରାଜୀରେ ରଚିତ ‘ସାଇକ୍ଲୋନ ଇନ୍ ଓଡ଼ିଶା’ ପୁସ୍ତକ ଉନ୍ମୋଚନ ହେବ। ଆସନ୍ତାକାଲି, ଅର୍ଥାତ ୨୯ ଅକ୍ଟୋବର ୨୦୨୪ ତାରିଖ ମଙ୍ଗଳବାର ସନ୍ଧ୍ୟା ୬ ଘଟିକାରେ ଭୁବନେଶ୍ବର ବାଣୀବିହାର ସ୍ଥିତ ଶୀତଳ ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପ୍ରସିଦ୍ଧ ଲେଖିକା ଡ. ପ୍ରତିଭା ରାୟ ଏବଂ ବରିଷ୍ଠ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ଅତିଥି ଭାବରେ ମଞ୍ଚ ମଣ୍ଡନ କରିବେ।

ସେହିଭଳି ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ‘ବିପତ୍ତି ସଂଗୀତ’ ଶ୍ରୋତାର୍ପଣ ସମାରୋହ ଆୟୋଜିତ ହେବ। ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ‘ବିପତ୍ତି ସଂଗୀତ’ର ରଚନା ଓ ପରିକଳ୍ପନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠ ପ୍ରଦାନ କରିଛନ୍ତି ଅଭିଜିତ ମିଶ୍ର।

Leave A Reply

Your email address will not be published.