Odisha Link
Bridging the Missing Links in Odisha

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୁବ୍‌ଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ୨ଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି। ଖୁବ୍‌ ଜଲ୍‌ଦି ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ।

ଯେଉଁମାନେ ନପାଇ ୨ ଥର ଆବେଦନ କରୁଛନ୍ତି, ସେମିତି ଅନାବଶ୍ୟକ। ଆଉ ଆବେଦନ ନକରି କଣ ତ୍ରୁଟି ଅଛି ତାକୁ ସଂଶୋଧନ କରନ୍ତୁ। ଖୁବ୍‌ ଶୀଘ୍ର ତୃତୀୟ ପର୍ଯ୍ୟାୟ ଦେବୁ, ସମସ୍ତ ଯୋଗ୍ୟଙ୍କୁ ସହାୟତା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, ରାଜ୍ୟ କ୍ୟାବିନେଟରେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସୂଚନାଥାଉକି, ରାଜ୍ୟରେ ଏପର୍ଯ୍ୟନ୍ତ ୧ କୋଟି ୨ ଲକ୍ଷ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି। ସେ ମଧ୍ୟରୁ ୬୦ ଲକ୍ଷ ଆବେଦନକାରୀ ଗୋଟିଏ କିସ୍ତି ପାଇ ସାରିଛନ୍ତି।

Leave A Reply

Your email address will not be published.