ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ୍, ନିୟମ ଉଲ୍ଲଘଂନ କଲେ ମିଳିବ କଡ଼ା ଦଣ୍ଡ
![](https://www.odishalink.com/wp-content/uploads/2024/09/cracker.jpg)
ଓଏଲ୍ ବ୍ୟୁରୋ: ଆସନ୍ତା ଅକ୍ଟୋବର ୩୧ରେ ଆଲୋକର ପର୍ବ ଦୀପାବଳୀ ପାଳନ କରାଯିବ। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଆଲୋକର ପର୍ବ ଦୀପାବଳୀରେ ଜଳିବ ଦୀପ। ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାଣ ବିକ୍ରି ପାଇଁ ଆସିଲା ଗାଇଡଲାଇନ୍ ଜାରି ହୋଇଛି। ରାଜଧାନୀର ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବ। ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛି। ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି।
କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ୍ ଦୂରତା ରହିବା ଆବଶ୍ୟକ। ବେଆଇନ୍ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୋଲିସ ଚଢ଼ାଉ କରୁଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୋଲିସ ଜବତ କରିଛି। ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି।