ଓଏଏସ୍ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ..
![](https://www.odishalink.com/wp-content/uploads/2024/06/lokseba-750x423.jpg)
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଭାବେ ବିନୋଦ ଜେନାଙ୍କୁ ବଦଳି କରାଯାଇଛି। ଶିଶୁ ଓ ମହିଳା ବିକାଶର ଯୁଗ୍ମ ସଚିବ ଭାବେ ଗୋପୀନାଥ କୁଅଁରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିଭଳି ଶୈଳେନ୍ଦ୍ର ଜେନାଙ୍କୁ ମିଶନ ଶକ୍ତିର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଶୈଳେନ୍ଦ୍ର ଜେନା କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ଥିଲେ। ମମତା ବାରିକ ହେଲେ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ। ମନୋରଂଜନ ସାହୁଙ୍କୁ ଭୁବନେଶ୍ବର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।