ଝାଡ଼ଖଣ୍ଡ ନିର୍ବାଚନ: ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ, ୧୩ରେ ଭୋଟ୍
ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନର ୩ ମାସ ପରେ ଅନୁଷ୍ଠିତ ହୋଇଥିଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହେବାକୁ ଥିବାବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।
ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ, ଚଳିତଥର ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ସେହିପରି ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଝାଡ଼ଖଣ୍ଡ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ଅକ୍ଟୋବର ୨୯ ତାରିଖ ରଖାଯାଇଥିବାବେଳେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ।
ସୂଚନା ଅନୁସାରେ, ଝାଡ଼ଖଣ୍ଡ ନିର୍ବାଚନରେ ୨.୬ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେ ମଧ୍ୟରେ ମହିଳା ଭୋଟର ୧.୨୯ କୋଟି ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ ରହିଛି। ସେହିପରି ୧୧.୮୪ ଲକ୍ଷ ୧୮ରୁ ୧୯ ବର୍ଷିୟ ଭୋଟର ପ୍ରଥମ ଥର ପାଇଁ ନିଜ ମତ ସାବ୍ୟସ୍ତ କରିବେ। ୬୬.୮୪ ଲକ୍ଷ ଯୁବ ଭୋଟର ଚଳିତ ଥର ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିବେ।