ନଦୀକୁ ଖସିଲା ବାଇକ୍, ଘଟିଲା ବଡ଼ ଅଘଟଣ

ଓଏଲ୍ ବ୍ୟୁରୋ: ସୋର-କୁପାରି ବିପର୍ଯ୍ୟସ୍ଥ ରାସ୍ତାରେ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ପିତାକାଳିଆ ନଦୀକୁ ଖସି ପଡ଼ିଲେ ବାଇକ୍ ଆରୋହୀ ୨ ଯୁବକ। ନଦୀକୁ ଖସି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ରାସ୍ତା ଖରାପ ଥିବାରୁ ଏଭଳି ଘଟଣା ଘଟିଥିବା ଉପସ୍ଥିତ ଲୋକ ଅଭଯୋଗ ଆଣିବା ସହ ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ସ୍ତିତି ଅନୁଧ୍ୟାନ କରିଛି।