ରାଜଧାନୀରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପୂର୍ବରୁ ‘ରନ୍ ଫର୍ ୟୁନିଟି’ ମାରାଥନକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ଏକତାର ଶପଥ କରାଇବା ପରେ ନିଜେ ମାରାଥନ୍ରେ ଦୌଡିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ମୁଖ୍ୟ ଶାସନ ସଚିବ ସାମିଲ ହୋଇଛନ୍ତି। ମାରାଥନରେ ରାଜ୍ୟର ବିଭିନ୍ନ ସ୍କୁଲ ଓ କ୍ରୀଡ଼ା ସଂଗଠନର ୨ହଜାରରୁ ଅଧିକ ଲୋକ ସାମିଲ ହୋଇଛନ୍ତି।
ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଜୟନ୍ତୀ। ତେବେ ଏଥର ଅକ୍ଟୋବର ୩୧ ଦୀପାବଳି ଛୁଟିଦିନରେ ଜୟନ୍ତୀ ପଡୁଥିବାରୁ ଅକ୍ଟୋବର ୨୯ରେ ଆୟୋଜିତ ହେଉଛି ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଆୟୋଜିତ ହୋଇଥାଏ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ।