Odisha Link
Bridging the Missing Links in Odisha

ଓଡ଼ିଶାବାସୀଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର ସୁବିଧା, ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା..

ଓଏଲ୍‌ ବ୍ୟୁରୋ: ଆଜିଠୁ ସାରା ଭାରତରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ। ନବମ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ବାସ୍ଥ୍ୟ ପ୍ରକଳ୍ପ ଓ ଭତ୍ତିଭୂମିର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆଜି ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ତା ପୂର୍ବରୁ ଗୋଠପାଟଣାରେ ନିର୍ମାଣ ହେବାକୁ ଥିବା ଭେସଜ ବିଜ୍ଞାନ ପରୀକ୍ଷା କେନ୍ଦ୍ରର ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ବାର୍ତ୍ତା ରଖିଛନ୍ତି। ସେ କହିଛନ୍ତି, ପୂର୍ବରୁ ଔଷଧର ମାନ ପରୀକ୍ଷା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଔଷଧର ମାନ ପରୀକ୍ଷା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନାହିଁ। କେବଳ ସେତିକି ନୁହେଁ ରାଜ୍ୟରେ ଔଷଧ ବିତରଣକୁ ପ୍ରୋତ୍ସାହନ ମିଳିବ।

ଅନ୍ୟପଟେ ଗୋଠପାଟଣା ନୁହେଁ ଏହାପରେ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଭେସଜ ବିଜ୍ଞାନ ପରୀକ୍ଷା କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ଆଜିଠାରୁ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକାର୍ଡକୁ ନେଇ ଲୋକମାନେ ସନ୍ଦେହରେ ଅଛନ୍ତି। ଏହି ସନ୍ଦେହ ଦୂର କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟରେ ଆୟୁଷ୍ମାନ ଯୋଜନା ସହ ଗୋପବନ୍ଧୁ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟବୀମା ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ଅଧିକ ବ୍ୟୟବରାଦ କରିଛନ୍ତି। ଯାହା କି ପୂର୍ବବର୍ଷ ଅପେକ୍ଷା ୩୨ ପ୍ରତିଶତ ଅଧିକ। ମୋଟ ବଜେଟରରେ ଏହା ୮ ପ୍ରତିଶତ। ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି।

Leave A Reply

Your email address will not be published.