Odisha Link
Bridging the Missing Links in Odisha

ଦେଶବାସୀଙ୍କୁ ମୋଦିଙ୍କ ଭେଟି, ୧୨ ହଜାର ୮୫୦ କୋଟିର ପ୍ରକଳ୍ପର କଲେ ଉଦଘାଟନ

ଓଏଲ୍‌ ବ୍ୟୁରୋ: ଆଜିଠୁ ସାରା ଭାରତରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ। ନବମ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ସ୍ବାସ୍ଥ୍ୟ ପ୍ରକଳ୍ପ ଓ ଭତ୍ତିଭୂମିର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଜଟଣୀଠାରେ ୨୧ ଏକର ଜମିରେ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲର ଉଦଘାଟନ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ଦେଶରେ ମୋଟ ୧୨ ହଜାର ୮୫୦ କୋଟିର ପ୍ରକଳ୍ପର ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀରେ ଦେଶର ପ୍ରଥମ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ବିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବା ସହ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଭାଗରେ ସ୍ବାସ୍ଥ୍ୟ ପ୍ରକଳ୍ପଗୁଡ଼ିକ ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।

Leave A Reply

Your email address will not be published.