ବିଜେଡିରୁ ନିଲମ୍ବିତ ହେଲେ ବ୍ଲକ ଅଧ୍ୟକ୍ଷା

ଓଏଲ୍ ବ୍ୟୁରୋ: ଢେଙ୍କାନାଳ ଗଁନ୍ଦିଆର ବ୍ଲକ ଅଧ୍ୟକ୍ଷ ରୀନାରାଣୀ ଖଟୁଆ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳବିରୋଧୀ କାର୍ଯ୍ୟ ପାଇଁ କରାଯାଇଛି ନିଲମ୍ବନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରୀନାରାଣୀ ଖଟୁଆଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି। ବିଜେଡି ମିଡିଆ ସଂଯୋଜକ ପ୍ରିୟବତ ମାଝୀ ଏନେଇ ସୂଚନା ଦେଇଛନ୍ତି। ଗଦିଁଆ ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟରତ ଅଛନ୍ତି ରୀନା ରାଣୀ ଖଟୁଆ।