Odisha Link
Bridging the Missing Links in Odisha

ବିବାଦରେ ଶିଳ୍ପା, କାର୍ଯ୍ୟାନୁଷ୍ଠାନ ନେଇ ବିଧାୟକଙ୍କ ଦୃଢ଼ୋକ୍ତି

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫଶିଛନ୍ତି

ଓଏଲ୍‌ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିବାଦରେ ଫଶିଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର  ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫଶିଛନ୍ତି । ଶିଳ୍ପା ସେଟ୍ଟୀ ମନ୍ଦିର ଭିତରର ଫଟୋ ଉଠାଇବା ସହ ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିବା ଜଣାପଡ଼ିଛି ।

ଏହି ପୋଷ୍ଟରେ ତାଙ୍କ ସହ ଜଣେ ସେବାୟତ ମଧ୍ୟ ଥିବା ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛିଯେ, କିଏ ତାଙ୍କୁ ମନ୍ଦିର ଭିତରେ ଫଟୋ ଉଠାଇବାକୁ ଅନୁମତି ଦେଲା, ଆଉ ଶିଳ୍ପାଙ୍କ ସାଙ୍ଗରେ ଥିବା ସେବାୟତ ଜଣକ ମଧ୍ୟ ମନ୍ଦିରର ସମସ୍ତ ନିୟମ ଜାଣିବା ସତ୍ତ୍ବେ ତାଙ୍କୁ ବାରଣ କରିବା ବଦଳରେ ଓଲଟା ତାଙ୍କ ସହ ଫଟୋ ଉଠାଇଛନ୍ତି । ଯାହା ଏବେ ଆଲୋଡନ ସୃଷ୍ଟି କରିଛି । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ପରେ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଫଟୋ ଏବଂ ଭିଡିଓ ଉତ୍ତୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଏହି ପ୍ରସଙ୍ଗରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ ଏହା ଗୁରୁତର ତ୍ରୁଟି ବୋଲି କହିଛନ୍ତି। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିଛନ୍ତି କାର୍ଯ୍ୟାନୁଷ୍ଠାନ ହେଉ।ଭାବାବେଗର କଥା, ପ୍ରଭୁଙ୍କ କଥା କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯିବ। ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମନ୍ଦିର ପ୍ରଶାସନ ଉତ୍ତରଦାୟୀ ବୋଲି ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ ଏହି ଘଟଣାରେ ମନ୍ଦିର ପରିଚାଳନା ଅଧିକାରୀ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ସଂପୃକ୍ତ ସେବାୟତଙ୍କୁ ଜାରିହେବ କାରଣ ଦର୍ଶାଅ ନୋଟିସ। ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ହେବ ନୋଟିସ। ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଟ୍ରଷ୍ଟବୋର୍ଡ ବୈଠକରେ ଏନେଇ ଆଲୋଚନା ହେବ। ଏଣିକି ସିଂହଦ୍ବାର ନିକଟରେ ହେବ କଡା ଚେକିଂ।

Leave A Reply

Your email address will not be published.