ବିହାରରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦେବାକୁ ସ୍ପଷ୍ଟ କଲେ ଶ୍ରମମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିହାର ପାଟ୍ନା ମେଟ୍ରୋ ନିର୍ମାଣ ସ୍ଥଳରେ ଭୟଙ୍କର ଦୁର୍ଘଟଣା ଘଟିଛି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିପରି ୮ ଜଣ ଆହତ ହୋଇଛନ୍ତି। ଏହି ଦୁଇ ଶ୍ରମିକ ଓଡିଶା ବାସିନ୍ଦା ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ପାଇଁ କ୍ଷତିପୂରଣ ଓ ଆହତଙ୍କୁ ଚିକିତ୍ସା କରାଯିବ ବୋଲି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁସାରେ, ବିହାରର ରାଜଧାନୀ ପାଟନାରେ ଏଭଳି ଦୁର୍ଘଟଣା ଘଟିଛି। ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍ଜିଟ୍ ପଏଣ୍ଟ ନିକଟ ମେଟ୍ରୋ ଟନେଲରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ଶ୍ରମିକମାନେ ଟନେଲରେ ନାଇଟ୍ ସିଫ୍ଟରେ କାମ କରୁଥିଲେ। ଏହି ସମୟରେ, ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍ ହୋଇଯାଇଥିଲା। ପରେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା।