ହ୍ବାଇଟ୍ ହାଉସରେ ଆଲୋକର ପର୍ବ, ଦୀପାବଳି ପାଳିଲେ ଜୋ ବାଇଡେନ
ଓଏଲ୍ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିଛନ୍ତି। ହ୍ୱାଇଟ୍ ହାଉସରେ ଦିପାବଳୀ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ସାଂସଦ, ଅଧିକାରୀ ତଥା କର୍ପୋରେଟ କାର୍ଯ୍ୟନିର୍ବାହୀ ସମେତ ୬୦୦ରୁ ଅଧିକ ବିଶିଷ୍ଟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ। ଆଉ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି କ୍ରମରେ, ଭାରତୀୟ ମୂଳବାସିନ୍ଦା ଆମେରିକୀୟ ନାଗରିକମାନଙ୍କୁ ସୋମବାରରେ ହ୍ବାଇଟ ହାଉସକୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ବେଇଡେନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ହ୍ବାଇଟ ହାଉସ ମୋର ନୁହେଁ , ଏହା ତୁମର ଘର।
ଆମେରିକାର ରାଷ୍ଟ୍ରପତି ହ୍ୱାଇଟ୍ ହାଉସରେ ଦିପାବଳୀ ପାଳନ କରିବା ସମୟରେ କହିଛନ୍ତି, “ରାଷ୍ଟ୍ରପତି ଭାବରେ ମୋତେ ହ୍ୱାଇଟ୍ ହାଉସରେ ଆୟୋଜିତ ହୋଇଥିବା ସର୍ବ ବୃହତ୍ତ ଦୀପାବଳି ପାଳନ କରିବାର ମୌକା ମିଳିଛି। ମୋ ପାଇଁ ଏହା ସୌଭାଗ୍ୟର ବିଷୟ। ମୁଁ ଆମେରିକାର ପ୍ରତିନିଧିତ୍ୱ କରିବାକୁ ଗର୍ବିତ, ଏକ ଦୃଢ ପ୍ରଶାସନ ଗଠନ ପ୍ରତିବଦ୍ଧତା। ଉପରାଷ୍ଟ୍ରପତି କମଳା ହାରିସ୍ ଏବଂ ଦେଶର ପ୍ରଥମ ଲେଡି ଡକ୍ଟର ଜିଲ୍ ବାଇଡେନ୍ ରାଷ୍ଟ୍ରପତି ଭବନରେ ଦୀପାବଳି ଉତ୍ସବରେ ଯୋଗ ଦେଇପାରିନଥିଲେ। ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଉଭୟ ବ୍ୟସ୍ତ ଥିବା ନେଇ ସୂଚନା ରହିଛି।