Odisha Link
Bridging the Missing Links in Odisha

୧ ନମ୍ବର ସ୍ଥାନ ହରାଇଲେ ବୁମରାହ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାହ ହରେଇଲେ ଏକ ନମ୍ବର ସ୍ଥାନ। ଆଇସିସି ଟେଷ୍ଟ ରାଙ୍କିଙ୍ଗର ତାଜା ଅପଡେଟ୍ ଅନୁସାରେ, ନିଜର ଏକ ନମ୍ବର ସ୍ଥାନ ହରାଇଛନ୍ତି ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା। ତାଙ୍କୁ ହଟେଇ ଏବେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ଏବେ ଟେଷ୍ଟରେ ଏକ ନମ୍ବର ବୋଲର ସ୍ଥାନ ଅକ୍ତିଆର କରିଛନ୍ତି।

ବାଂଲାଦେଶ ବିପକ୍ଷ ମୀରପୁର ଟେଷ୍ଟରେ ରବାଡା ୨ଟି ଇନିଂସରେ ୯ ୱିକେଟ ଦଖଲ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ବାଂଲାଦେଶ ବିପକ୍ଷ ଟେଷ୍ଟକୁ ଜିତିଥିଲା। ଏହି ଦମଦାର ପ୍ରଦର୍ଶନ ଯୋଗୁ ରବାଡା ୩ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଉକ୍ତ ମ୍ୟାଚ୍‌ରେ ରବାଡା ତାଙ୍କ ଟେଷ୍ଟ କ୍ୟାରିୟରର ୩୦୦ ୱିକେଟ ଦଖଲ କରିବାର ରେକର୍ଡ ମଧ୍ୟ କରିଥିଲେ।

ଭାରତର ଭେଟରାନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୨ଟି ସ୍ଥାନ ତଳକୁ ଖସି ୪ ନମ୍ବରରେ ଓ ଅଷ୍ଟ୍ରେଲିଆର ପାଟ କମିନ୍ସ ଗୋଟିଏ ସ୍ଥାନ ତଳକୁ ଖସି ୫ ନଂରେ ପହଞ୍ଚିଛନ୍ତି। ସେହିପରି ୮ମ ସ୍ଥାନରେ ରବୀନ୍ଦ୍ର ଜାଡେଜା ଅଛନ୍ତି।

ଟପ୍‌ ୧୦ ଟେଷ୍ଟ ବୋଲିଂ ରାଙ୍କିଙ୍ଗରେ ନୂଆ ମୁହଁ ଭାବେ ପାକିସ୍ତାନର ବାମହାତୀ ସ୍ପିନର ନୋମାନ ଅଲୀ ପ୍ରବେଶ କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ ଯୋଗୁ ନୋମାନ ସିଧା ୮ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୯ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୩ଟି ୱିକେଟ ନେଇଥିବା ନ୍ୟୁଜିଲ୍ୟାଣ୍ଡର ମିଚେଲ ସାଣ୍ଟନର ୩୦ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୪୪ତମ ସ୍ଥାନ ଦଖଲ କରିଛନ୍ତି।

Leave A Reply

Your email address will not be published.