Odisha Link
Bridging the Missing Links in Odisha

ଖୁବ୍‌ଶୀଘ୍ର ମିଳିବ ୩ୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଉପକୃତ ହେବେ ଅଙ୍ଗନବାଡ଼ି କର୍ମୀ

ଓଏଲ୍‌ ବ୍ୟୁରୋ: ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ୨ଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ମିଳିଛି। ଖୁବ୍‌ ଜଲ୍‌ଦି ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ଦେବୁ। ବାଦ୍‌ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। କୌଣସି ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିବେନି। ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍‌ ହେବ। ବାରମ୍ବାର ଚେକ୍‌ ହେବ, କେହି ବି ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡ଼ାଲ ଏଜେନ୍ସି ନିଯୁକ୍ତ ହେବେ।

ସୂଚନାଥାଉକି, ରାଜ୍ୟରେ ଏପର୍ଯ୍ୟନ୍ତ ୧ କୋଟି ୨ ଲକ୍ଷ ମହିଳା ସୁଭଦ୍ରା ଯୋଜନା ଆବେଦନ କରିଛନ୍ତି। ସେ ମଧ୍ୟରୁ ୬୦ ଲକ୍ଷ ଆବେଦନକାରୀ ଗୋଟିଏ କିସ୍ତି ପାଇ ସାରିଛନ୍ତି। ବାଦ୍‌ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନର ସାନି ବିଚାର ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯେଉଁମାନେ ନପାଇ ୨ ଥର ଆବେଦନ କରୁଛନ୍ତି, ସେମିତି ଅନାବଶ୍ୟକ। ଆଉ ଆବେଦନ ନକରି କଣ ତ୍ରୁଟି ଅଛି ତାକୁ ସଂଶୋଧନ କରନ୍ତୁ। ଖୁବ୍‌ ଶୀଘ୍ର ତୃତୀୟ ପର୍ଯ୍ୟାୟ ଦେବୁ, ସମସ୍ତ ଯୋଗ୍ୟଙ୍କୁ ସହାୟତା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.