Odisha Link
Bridging the Missing Links in Odisha

ଇସ୍କନର ଅଦିନିଆ ରଥଯାତ୍ରା, ଚିଠି ଲେଖିଲେ ଗଜପତି ମହାରାଜା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଲେ ଗଜପତି ମହାରାଜା। ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୯ ତାରିଖରେ ଯୋଜନା ଥିବା ରଥଯାତ୍ରା ବନ୍ଦ କରିବାକୁ ଇସ୍କନକୁ ଚିଠି ଲେଖିଛନ୍ତି ଗଜପତି ମହାରାଜା। ଅଦିନରେ ରଥଯାତ୍ରା ଆୟୋଜନକୁ ବିରୋଧ କରି ହ୍ୟୁଷ୍ଟନରେ ଥିବା ଇସ୍କନ ମନ୍ଦିର ଓ ମାୟାପୁରୀ ମୁଖ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

ପରମ୍ପରାକୁ ଭଙ୍ଗ କରି ଏଭଳି ଅଦିନରେ ରଥଯାତ୍ରା ପାଳନ କରାଯାଉଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଗଜପତି। ମହାପ୍ରଭୁଙ୍କ ରଥଯାତ୍ରା ପରମ୍ପରା ଓ ବିଧି ଅନୁଯାୟୀ ପାଳନ କରାଯାଏ। ତେଣୁ ହ୍ୟୁଷ୍ଟନ ସହରରେ ନଭେମ୍ବର ୩ ଓ ନଭେମ୍ବର ୯ରେ ହେବାକୁ ଥିବା ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ କହିଛନ୍ତି ଗଜପତି। ସେହିଭଳି ନାଇଜେରିଆରେ ୨୩ ନଭେମ୍ବରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଗଜପତି ଚିଠି ଲେଖିଛନ୍ତି। ବିଧି ଓ ପରମ୍ପରା ଅନୁଯାୟୀ, ରଥଯାତ୍ରା ପାଳନ କରିବାକୁ ବାରମ୍ବାର ଇସ୍କନ ସହ ଆଲୋଚନା ସରିଛି। ଏହାସତ୍ତ୍ବେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା ପାଳନ ନିଷ୍ପତ୍ତିକୁ ଜଗନ୍ନାଥପ୍ରେମୀ ନାପସନ୍ଦ କରିଛନ୍ତି।

Leave A Reply

Your email address will not be published.