ବାହାନଗା ଦୁର୍ଘଟଣା: ଗିରଫ ୩ ଜଣଙ୍କୁ ମିଳିଲା ଜାମିନ
ଓଏଲ୍ ବ୍ୟୁରୋ: ଗତ ବର୍ଷ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୧ ହଜାରରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ଗିରଫ ହୋଇଥିବା ୩ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି। ମହମ୍ମଦ ଅମୀର ଖାନ୍, ଅରୁଣ ମହାନ୍ତ, ପପୁ କୁମାରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି।
ସୂଚନାଥାଉକି, ଜୁନ୍ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ସେଦିନ ରାତି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଲୋପ୍ ଲାଇନ୍ରେ ଛିଡ଼ା ହୋଇଥିବା ମାଲ୍ବାହୀ ଟ୍ରେନ୍କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍ ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍ ଉପରେ ପଡ଼ିଥିଲା। ଯାହାଫଳରେ ୨୯୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟିବାର ୧ ମାସ ପରେ ଜୁଲାଇ ମାସ ୭ ତାରିଖରେ ଏହି ତିନିଜଣ ମାଷ୍ଟର ମାଇଣ୍ଡଙ୍କୁ ସିବିଆଇ ଗିରଫ କରିଥିଲା।