ଆଜି ବିଶ୍ୱ ମିତବ୍ୟୟିତା ଦିବସ, ଜାଣନ୍ତୁ କ’ଣ ରହିଛି ବିଶେଷ ବାର୍ତ୍ତା..
ଓଏଲ୍ ବ୍ୟୁରୋ: ପ୍ରତିବର୍ଷ ଅକ୍ଟୋବର ୩୧ରେ ସମଗ୍ର ବିଶ୍ୱରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଉଥିବା ବେଳେ ଆମ ଦେଶ ଭାରତରେ ଏହା ପ୍ରତିବର୍ଷ ଅକ୍ଟୋବର ୩୦ରେ ପାଳନ କରାଯାଇଥାଏ। ଜନସାଧାରଣଙ୍କୁ ଆର୍ଥିକ ସୁରକ୍ଷା ଏବଂ ସଞ୍ଚୟର ଗୁରୁତ୍ୱକୁ ନେଇ ସଚେତନ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ‘ପିଲାମାନଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତାର ମହତ୍ତ୍ୱ’ ଶୀର୍ଷକକୁ ନେଇ ଏହି ଦିବସ ପାଳନ କରାଯାଉଛି।
ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କ ବାର୍ତ୍ତାରେ କହିଛନ୍ତି, ଆୟ ଓ ବ୍ୟୟ ମଧ୍ୟରେ ଯଥାସମ୍ଭବ ସନ୍ତୁଳନ ରକ୍ଷାକରି ଯୋଜନାବଦ୍ଧ ସଞ୍ଚୟ ଏକ ବୃହତ୍ତର ପାଣ୍ଠି ଗଠନ କରିବାରେ ବିଶେଷ ସହାୟକ ହୋଇଥାଏ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ ସୁରକ୍ଷିତ ଜୀବନ ଯାପନପାଇଁ ଅପବ୍ୟୟ ଓ ଅପଚୟମୁକ୍ତ ଶୃଙ୍ଖଳିତ ଆର୍ଥିକ ସୁପରିଚାଳନା ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି।
ବିଶ୍ୱ ମିତବ୍ୟୟିତା ଦିବସ ବିଷୟରେ କିଛି ତଥ୍ୟ..
ଟଙ୍କା ସଞ୍ଚୟ କରିବା ହେଉଛି ଏକ ଶିକ୍ଷା, ଯାହାକୁ ଆମେ ଆମ ପିଲାଦିନରୁ ମାତାପିତାଙ୍କଠାରୁ ଶିଖିଥିଲୁ। ଅବଶ୍ୟ ଏହା ଆମ ଜୀବନର ଶେଷ ପର୍ଯ୍ୟାୟରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଲା। କାରଣ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଟଙ୍କା ସଞ୍ଚୟ କରିବାର ଆବଶ୍ୟକତା ରହିଛି। ଦେଶର ବିକାଶରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅର୍ଥ ସଞ୍ଚୟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ।
୧୯୨୪ ଅକ୍ଟୋବର ୩୦ରେ ଇଟାଲୀର ମିଲାନରେ ପ୍ରଥମ ଅନ୍ତର୍ଜାତୀୟ ସେଭିଙ୍ଗ ବ୍ୟାଙ୍କ (ଓ୍ବାଲର୍ଡ ସୋସାଇଟି ଅଫ୍ ସେଭିଙ୍ଗ ବ୍ୟାଙ୍କ) ସମୟରେ ବିଶ୍ୱ ସଞ୍ଚୟ ଦିବସ ପ୍ରତିଷ୍ଠା କରାଯାଇଥିଲା। ଇଟାଲୀର ପ୍ରଫେସର ଫିଲିପ୍ପୋ ରବିଜା ଏହି ଦିନ କଂଗ୍ରେସର ଶେଷ ଦିନରେ ‘ଅନ୍ତର୍ଜାତୀୟ ସଞ୍ଚୟ ଦିବସ’ ଘୋଷଣା କରିଥିଲେ।