ନଭେମ୍ବର ଆରମ୍ଭରୁ ମହଙ୍ଗା ମାଡ଼, ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର
ଓଏଲ୍ ବ୍ୟୁରୋ: ପୁଣି ଖାଉଟିଙ୍କୁ ବଡ଼ ଝଟ୍କା ଲାଗିଛି। ନଭେମ୍ବର ପହିଲାରୁ ୨୦୨୪ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ୍ ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୨ରୁ ୧୮୦୨ ଟଙ୍କାକୁ ବୃଦ୍ଧି କରିଛି। ତେବେ ଆଶ୍ୱସ୍ତିର ବିଷୟ ହେଉଛି ତୈଳ କମ୍ପାନୀଗୁଡ଼ିକ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଆଜିଠୁ ବର୍ଦ୍ଧିତ ସିଲିଣ୍ଡର ଦର ୧,୮୦୨ ଟଙ୍କା ଲାଗୁ ହୋଇଛି।
ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୮୦୨ ଟଙ୍କାକୁ ବୃଦ୍ଧି ପାଇଛି। ୫ କେଜିଆ ଏଫଟିଏଲ ସିଲିଣ୍ଡର ଦରରେ ୧୫ ଟଙ୍କା ବଢ଼ିଛି। ତେବେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦାମ ରହିଛି ଅପରିବର୍ତ୍ତିତ। ପୂର୍ବରୁ ସେପ୍ଚେମ୍ବର ୧ରେ ୧୯ କେଜି କମର୍ସିଆଲ ଏଲଜିପି ସିଲିଣ୍ଡର ଦର ୩୯ ଟଙ୍କା ବଢ଼ିଥିଲା। ତେବେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ବଜାରରେ ମିଳୁଥିବା ଜିନିଷ ମହଙ୍ଗା ହୋଇଯିବ।