Odisha Link
Bridging the Missing Links in Odisha

ଜୀବନ ନେଲା ଆମ୍ବ ଟାକୁଆ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଗାଁକୁ ସ୍ବାସ୍ଥ୍ୟ ଟିମ୍‌ ଯାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ୭ରୁ ୮ ଜଣ ଅସୁସ୍ଥ ଅଛନ୍ତି, ଖାଦ୍ୟ ବିଷାକ୍ତ କିମ୍ବା ହଇଜା ହୋଇଛି। ଟିମ୍‌ ଫେରି ରିପୋର୍ଟ ଦେବା ପରେ ଘଟଣା ଜଣାପଡ଼ିବ ବୋଲି ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.