ସୁଭଦ୍ରା ଯୋଜନା: ଆସିବ ନୂଆ ଗାଇଡଲାଇନ୍
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଖବର। ଆସିବ ନୂଆ ଗାଇଡଲାଇନ୍। ଆଜି ଅପରାହ୍ନ ୩ଟାରେ ହେବ ବଡ଼ ବୈଠକ। ରିଜେକ୍ଟ ଲିଷ୍ଟ ଉପରେ ହେବ ଆଲୋଚନା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ଆସିବ ନୂଆ ଗାଇଡଲାଇନ୍। ଏହି ଗାଇଡଲାଇନ୍ ଜରିଆରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଖାରଜ ହୋଇଥିବା ଆବେଦନକାରୀଙ୍କ ଲିଷ୍ଟ ଉପରେ ଆଜି ବୈଠକ ଅନୁଷ୍ଠିତ ହେବ। ସୂଚନାଥାଉକି ୨ ଲକ୍ଷ ୬୭ ହଜାରଙ୍କ ଆବେଦନ ଖାରଜ ହୋଇଛି।