ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ: ୭୨ ଘଣ୍ଟାରେ ଆସିବ ରିପୋର୍ଟ
ଓଏଲ୍ ବ୍ୟୁରୋ: ଦୀପାବଳିରେ ସାମ୍ନାକୁ ଆସିଥିଲା ଅଭାବନୀୟ ଘଟଣା। ଆମ୍ବ ଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
କନ୍ଧମାଳ ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ଘଟଣାରେ ପ୍ରାଥମିକ ତଦନ୍ତରୁ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯାଇଛି। ୭୨ ଘଣ୍ଟାରେ ରିପୋର୍ଟ ଆସିବ। ଏବେ ବ୍ରହ୍ମପୁର ଏମ୍କେସିଜିରେ ଆଉ ୬ ଜଣ ଚିକିତ୍ସିତ ହେଉଛନ୍ତି। ରିପୋର୍ଟ ଆସିଲେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଅଭିଯୋଗ ସ୍ପଷ୍ଟ ହେବ।
ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଦାରିଙ୍ଗବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ଗାଁକୁ ସ୍ବାସ୍ଥ୍ୟ ଟିମ୍ ଯାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ।