Odisha Link
Bridging the Missing Links in Odisha

MKCG ମେଡିକାଲ କଲେଜରେ ରାଗିଂ: ୫ ଛାତ୍ରଙ୍କୁ କ୍ୟାମ୍ପସ ମନା

ଓଏଲ୍‌ ବ୍ୟୁରୋ: ରାଗିଂ ମୁକ୍ତ କ୍ୟାମ୍ପସ କରିବାପାଇଁ ଆଣ୍ଟି ରାଗିଂ କମିଟିର ନିୟମ ସମସ୍ତ କଲେଜରେ ପ୍ରଚଳିତ ହେବାପରେ ମଧ୍ୟ କିଛି ଦିନ ହେବ ଅନେକ କଲେଜରେ ରାଗିଂ ଘଟଣା ଦେଖାଦେଇଛି। ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ହୋଇଛି। ମେଡିକାଲ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକ ଅଭିଯୋଗ କରିବା ପରେ ୫ ଛାତ୍ରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

MKCG ମେଡିକାଲ କଲେଜର ଚତୁର୍ଥ ବର୍ଷର ୫ ଛାତ୍ରଙ୍କୁ ସବୁଦିନ ପାଇଁ ହଷ୍ଟେଲକୁ ବାରଣ କରାଯାଇଛି। ରାଗିଂରେ ସମ୍ପୃକ୍ତି ଥିବା ୫ ଛାତ୍ରଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ୟାମ୍ପସକୁ ବାରଣ କରାଯାଇଥିବାବେଳେ ସେମାନଙ୍କୁ କୌଣସି ମେଧାବୃତ୍ତି ମିଳିବନାହିଁ ବୋଲି କଲେଜର ଆଣ୍ଟି ରାଗିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଜାରି ହୋଇଛି।

Leave A Reply

Your email address will not be published.